ଅଭିଷେକର ସଫଳତା : ଏକ ସୂର୍ଯ୍ୟୋଦୟର ରୂପକଥା !

Aveti Learning
3 min readJul 7, 2021

--

ଜୀବନ, ଅଦ୍ଭୂତ ଓ ସଂଜ୍ଞାହୀନ । କେଉଁଠି ଯେ କେଉଁ ମୋଡ଼ ନେବ, ତା’ର କିଛି ଖବର ନାହିଁ । ଏଇ ଯେମିତି ଆମମାନଙ୍କ ଜୀବନରେ ଅନେକ କିଛି ଅସୁବିଧା-ଅନଟନ ଥିଲା ପରେ ବି, ଗତବର୍ଷ ବୋଝ ଉପରେ ନଳିତା ବିଡ଼ା ପରି ମାଡ଼ିଆସିଥିଲା କରୋନା ଭୂତାଣୁ; ବନ୍ଦ କରିଦେଇଥିଲା ସବୁ ଉପାୟ ଓ ଉତ୍ସାହ; ନା’ ଚୁଲିକୁ ଯୋଗେଇହେଲା କାଠ, ନା ମୁଣ୍ଡକୁ ପାଠ । ଏଇ ପାଠ କଥା ଓ ଗଳି ଅର୍ଗଳିରେ ରହୁଥିବା ଲକ୍ଷଲକ୍ଷ ପିଲାଙ୍କ ଭବିଷ୍ୟତ କଥାକୁ ଆଧାରକୁ ନେଲେ ଦୁଇ ମିନିଟ ନିରବ ହେଇଯିବାକୁ ପଡ଼େ ଆମମାନଙ୍କୁ । ସତ କଥା ନୁହେଁ କି ! ଓଡ଼ିଶାର ବାଳୁତ ଓ କିଶୋର ପିଲାଏ କେମିତି ଅବସ୍ଥାରେ କାଳାତିପାତ କରୁଛନ୍ତି ଓ ସେମାନଙ୍କର ଶିକ୍ଷାର ମାନଦଣ୍ଡ କଣ, ସେକଥା କାହାକୁ ଅଛପା ନୁହେଁ । ତେଣୁ କରୋନାର ବିତ୍ପାତରେ ସମୟ ସହ ସ୍ଥାଣୁ ହେଇଯିବାକୁ ପଡ଼ିଲା ସ୍କୁଲ ଉପରେ ନିର୍ଭରଶୀଳ ଥିବା ଅନେକ ଛାତ୍ରଛାତ୍ରୀଙ୍କୁ ।

ତେବେ ଯୋଉଠି ଆଶାର ଆଲୁଅ ଅଛି, ସେଠି ଅନ୍ଧାରର ହଟହଟା କେତେଦିନ ତିଷ୍ଠି ପାରିବ ଭଲା ! ସେହିପରି ଏକ ଆଶାର କିରଣ ହେଉଛନ୍ତି ଅଭିଷେକ ରଣା । ଅଭିଷେକ, ନବମ ଶ୍ରେଣୀର ଜଣେ ଛାତ୍ର, ସମସ୍ତ ପ୍ରକାର ପ୍ରତିକୂଳ ପବନକୁ ଭେଦ କରି ପାଠପଢ଼ା କ୍ଷେତ୍ରରେ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ । ମାତ୍ର, ସବୁ ବିଜୁଳୀବତୀ ପାଇଁ ଆବଶ୍ୟକ ଏକ ଉତ୍ସ ଓ ଆବଶ୍ୟକ ଏକ ସରଞ୍ଜାମ ଏବଂ ଅଭିଷେକଙ୍କ ପାଇଁ ସେ ଉତ୍ସ ପାଲଟିଛି IASF ବା Indo American Sevak Foundation ନାମକ ଏକ ସଂସ୍ଥା । ସୁଦୂର ଆମେରିକାରେ ରହି ମଧ୍ୟ ନିଜ ଜନ୍ମମାଟିର ଉନ୍ନତି ପାଇଁ ସଦାସର୍ବଦା ଜାଗ୍ରତ ଥିବା ଅନେକ ପ୍ରବାସୀ ଓଡ଼ିଆମାନଙ୍କ ଏକ ଗୋଷ୍ଠୀ ହେଉଛି ଏହି IASF ।

Abhishek Rana

ପିଲାମାନଙ୍କ ଶିକ୍ଷାକୁ ଉନ୍ନତମାନର ଓ ବୌଦ୍ଧିକ ପରିପ୍ରେକ୍ଷୀରେ ଉଜ୍ଜ୍ୱଳ ଭାବରେ ଗଢିତୋଳିବାକୁ IASF ପ୍ରସ୍ତୁତ, ମାତ୍ର, ଏଥିପାଇଁ ନିହାତି ଭାବରେ ଆବଶ୍ୟକ ଏକ ସରଞ୍ଜାମ ବା ଯାହାକୁ ଆମେ ସରଳ ଭାଷାରେ କହୁ ସିଷ୍ଟମ । ଏହି ମହାର୍ଘ କାର୍ଯ୍ୟକୁ ନିଜ କାନ୍ଧରେ ଉଠାଇ ପିଲାମାନଙ୍କ ପାଠପଢ଼ାକୁ ସରଳ ଓ ସୁଲଭ କରିଦେବାର ଦାୟିତ୍ୱ ନେଇଛି ଆଭେତି ଲର୍ଣ୍ଣିଂ । ପିଲାଙ୍କ ମନସ୍ତତ୍ୱ୍ୱକୁ ଖାପ ଖୁଆଇ, ପୁସ୍ତକଗତ ଓ ଅନ୍ୟ ଶିକ୍ଷାକୁ ଟେକ୍ନୋଲୋଜି ମାଧ୍ୟମରେ ମନୋରଞ୍ଜନଧର୍ମୀ ବିଷୟବସ୍ତୁ ପ୍ରସ୍ତୁତ କରୁଥିବା ପ୍ଲାଟଫର୍ମ ହେଉଛି ଏହି ଆଭେତି ଲର୍ଣ୍ଣିଂ । ତେଣୁ ଅଭିଷେକଙ୍କ ପାଇଁ ପାଠପଢିବାର ଆଖିଦୃଶିଆ ଓ ସାବଲୀଳ ଉତ୍ସ ପାଲଟିଲା ଆଭେତି ଲର୍ଣ୍ଣିଂ ଏବଂ ଏଥିପାଇଁ ଆବଶ୍ୟକ ହେଉଥିବା ସୁଲଭ ଅଥଚ ସମସ୍ତ ଅର୍ଥଭାର ବହନ କଲା ଅନୁଦେୟକାରୀ IASF । ଆଭେତି ଲର୍ଣ୍ଣିଂର ଆଣ୍ଡ୍ରଏଡ଼-ଚଳିତ ଆପ୍ ବା ଆଭେତି ଲର୍ଣ୍ଣିଂ ଆପ୍ ବ୍ୟବହାର କରି ଅଭିଷେକ ଏଯାବତ ୧୦୦ ମିନିଟରୁ ଉର୍ଦ୍ଧ୍ବ ଆନିମେଟେଡ଼ ଭିଡ଼ିଓ ଦେଖିବା ସହିତ ଅଭ୍ୟାସ କରିସାରିଲେଣି ୩୦୦ଟି ପ୍ରଶ୍ନ-ଉତ୍ତର । ଖାଲି ଅଭିଷେକ ନୁହଁନ୍ତି, ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, IASFର ଅନୁଦାନ ଯୋଗୁଁ, ଆଭେତି ଲର୍ଣ୍ଣିଂ ଆପ୍ ମାଧ୍ୟମରେ ୧୩,୫୦୦ ପ୍ରଶ୍ନର ଅଭ୍ୟାସ ଓ ସମାଧାନ କରିସାରିଲେଣି ।

ଏହି ସନ୍ଦର୍ଭରେ ଆଉ ପାର୍ଶ୍ଵ ଯୋଡ଼ିବା ଆମେ । ଛାତ୍ରଛାତ୍ରୀମାନଙ୍କ ଅନଲାଇନ ପଢ଼ାର ସୁନ୍ଦର ଅନୁଭୂତି ଏବଂ ଆଭେତି ଲର୍ଣ୍ଣିଂର ସମୟପଯୋଗୀ ଶିକ୍ଷଣୀୟ ପଢ଼ା କଣ୍ଟେଣ୍ଟଗୁଡ଼ିକୁ ନଜରରେ ରଖି ଏହାକୁ ନିଜର ଆଦର୍ଶ ଉପାଦାନ ଭାବରେ ଯୋଡ଼ିଛି ଓଡିଶା ସରକାରଙ୍କ ପ୍ରସୂତ ‘ମୋ ସ୍କୁଲ’ ଯୋଜନା । ତେଣୁ ଏହିସବୁ ମହତ ଚିନ୍ତାଧାରା ଓ ସହଯୋଗ ପାଇ, ଆଭେତି ଲର୍ଣ୍ଣିଂ ଆପରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ, ଏଥରର ଦଶମ ବୋର୍ଡ଼ ପରୀକ୍ଷାରେ ସର୍ବାଧିକ ୯୭% ନମ୍ବର୍ ରଖି A1 ଗ୍ରେଡରେ ପାସ କରିଥିବା ଛାତ୍ର ହେଲେ କଟକର ତପନ କୁମାର ମହାନ୍ତ । ଖାଲି ସେତିକି ନୁହେଁ, ଆଭେତିର ୩୦ରୁ ଉର୍ଦ୍ଧ୍ବ ସଂଖ୍ୟକ ପିଲା ଏଥର ସ୍କୋର କରିଛନ୍ତି ୮୦%ରୁ ଅଧିକା ନମ୍ବର୍ ଓ ସାମିଲ ହେଇଛନ୍ତି A-GRADEରେ ।

ବନ୍ଧୁଗଣ, ଗୋଟିଏ ସମାଜକୁ ସଭ୍ୟ କରାଏ ‘ଶିକ୍ଷା’ ଓ ଶିକ୍ଷାର ମୂଳଦୁଆ ପଡ଼ିଯାଏ ପିଲାଦିନର ପାଠପଢ଼ାରୁ । ତେଣୁ ଏଇ ପିଲାମାନଙ୍କ ପାଠପଢ଼ା ଯେମିତି ଚୁଲୀମୁଣ୍ଡରେ ଅଟକି ନଯାଏ, ତାହାର ଦାୟିତ୍ୱ ଆମମାନଙ୍କ ହାତରେ । ଆମର ସବୁ ପ୍ରକାରର ବ୍ୟବସ୍ଥା ଓ ସୁବିଧା ସତ୍ତ୍ୱେ ମଧ୍ୟ ଆମ ବିବେକ ଆମକୁ ହରରୋଜ ଆହ୍ବାନ ଦିଏ — କେତେବାଟ ଆସିଲୁ ଉନ୍ନତି ପଥେ ? ସେଇ ବିବେକକୁ ଜାଗ୍ରତ କରେଇବାର କର୍ତ୍ତୃତ୍ୱ ଏବେ ଆମମାନଙ୍କ ହାତରେ । ଅଭିଷେକ ଓ ତପନଙ୍କ ପରି ସବୁ ପିଲାମାନଙ୍କୁ ଏକ ସୁନେଲି ଭବିଷ୍ୟତ ଦେବା ଏବେ ଆମରି ଦାୟିତ୍ୱ । ତେଣୁ ଆପଣମାନେ ମଧ୍ୟ ଆଭେତି ଲର୍ଣ୍ଣିଂର ଏ ବିରାଟ ପ୍ରୟାସ ଓ କୌଶଳରେ ସାମିଲ ହୁଅନ୍ତୁ ଏବଂ ପିଲାମାନଙ୍କୁ ଦିଅନ୍ତୁ ଏକ ସୁଗମ୍ୟ ଭବିଷ୍ୟତର ଠିକଣା !!!!

--

--

Aveti Learning

To foster personalized education in vernacular languages.