ଆଭେତିର ପ୍ରତିଭା ଅନ୍ୱେଷଣ ଅଭିଯାନ କାର୍ଯ୍ୟକ୍ରମ : ATSE

Aveti Learning
2 min readMar 20, 2022

--

ଶିକ୍ଷାର ଉତ୍କୃଷ୍ଟ ମୂଲ୍ୟାୟନ ହେଉଛି ପରୀକ୍ଷା । ଏହି ଧ୍ରୁବ ସତ୍ୟକୁ ପାଥେୟ କରି ଆଭେତି ଲର୍ଣ୍ଣିଂ ଆରମ୍ଭ କରିଛି ‘ଆଭେତି ମେଧା ସନ୍ଧାନ ପରୀକ୍ଷା-୨୦୨୨’ ବା Aveti Talent Search Examination (ATSE) । ଅଷ୍ଟମ, ନବମ ଓ ଦଶମ — ଏହି ତିନି ଶ୍ରେଣୀର ପିଲାମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୧୫୦ଟି ଛାତ୍ରଛାତ୍ରୀଙ୍କୁ ବାଛି ସେମାନଙ୍କୁ ମେଧାବୃତ୍ତି ଯୋଗାଇ ଦେବାକୁ ସ୍ଥିର କରିଛି ଆଭେତି ଲର୍ଣ୍ଣିଂ । ଏ ଅଭିନବ ପ୍ରୟାସକୁ ପ୍ରାୟୋଜିତ କରିଛନ୍ତି ଇଣ୍ଡୋ-ଆମେରିକାନ୍ ସେବକ ଫାଉଣ୍ଡେସନ(Indo-American Sevak Foundation — IASF) । ତେବେ ମେଧାବୃତ୍ତି ବାବଦକୁ ପ୍ରତ୍ୟେକ ଉତ୍ତୀର୍ଣ୍ଣ ଛାତ୍ର ବା ଛାତ୍ରୀକୁ ଦିଆଯିବ Aveti Learning Appର ଏକ ବର୍ଷର ସ୍ୱାକ୍ଷରକରଣ ବା ସବସ୍କ୍ରୀପସନ୍ । ବିନା କୌଣସି ପାଉଣାରେ ସେମାନେ ବର୍ଷ ସାରା ପାଇପାରିବେ ଉନ୍ନତ ଧରଣର ପରିକଳ୍ପିତ କଣ୍ଟେଣ୍ଟ ।

ATSE 2022

ATSEର ଆରମ୍ଭ ତଥା ପରିଚାଳନା ଉଭୟ ପରୀକ୍ଷାର୍ଥୀ ଓ ପରୀକ୍ଷକଙ୍କ ପାଇଁ ନୂଆ ହୋଇଥିଲେ ମଧ୍ୟ ବେଶ ଅଭିଜ୍ଞତାପୂର୍ଣ୍ଣ ଥିଲା । ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହୋଇଥିବା ATSE ମେଧାବୃତ୍ତି ପରୀକ୍ଷାରେ ଏଯାବତ ୪୦୦୦ ପିଲା ନିଜର କୃତିତ୍ୱ ପ୍ରଦର୍ଶନ କରିସାରିଲେଣି ଏବଂ ଅନ୍ୟ ୨୦୦୦ ପିଲାଙ୍କର ପରୀକ୍ଷା ସମ୍ପ୍ରତି ଚାଲୁରହିଛି । ନିୟମ ଅନୁଯାୟୀ ଗୋଟିଏ ବିଦ୍ୟାଳୟର ତିନୋଟି ଶ୍ରେଣୀରୁ ତିନିଜଣ ଲେଖାଏଁ ଓ ଏହିପରି ଭାବରେ ଗୋଟିଏ ବିଦ୍ୟାଳୟରୁ ସର୍ବମୋଟ ୯ ଜଣ କୃତୀ ଛାତ୍ର/ଛାତ୍ରୀ ବଛା ହେବେ ।

ପିଲାମାନେ ATSE ପରୀକ୍ଷା ଦେଉଛନ୍ତି

ATSEର ପ୍ରଶ୍ନପତ୍ର ବର୍ତ୍ତମାନର ପାଠ୍ୟଖସଡ଼ା(ଅଷ୍ଟମ, ନବମ ଓ ଦଶମ)କୁ ଆଧାର କରି ପ୍ରସ୍ତୁତ କରାଯାଇଛି । ପ୍ରଶ୍ନପତ୍ରର ସର୍ବାଧିକ ମୂଲ୍ୟ ହେଉଛି ୫୦ ନମ୍ବର୍ ଯେଉଁଥିରୁ ୪୦ ନମ୍ବର୍ ବହୁବିକଳ୍ପ ସମ୍ବଳିତ ବସ୍ତୁବାଚକ ପ୍ରଶ୍ନ(Objective MCQs) ହୋଇଥିଲା ବେଳେ ବାକି ୧୦ ନମ୍ବର୍ ସର୍ଜନାତ୍ମକ ଲେଖା(Creative Writing)ଉପରେ ଆଧାରିତ । ପରୀକ୍ଷାର ସର୍ବାଧିକ ସମୟ ସୀମା ୩୦ ମିନିଟ ରଖାଯାଇଛି। ସବୁଠାରୁ ବଡ଼ କଥା ହେଉଛି ATSEର ସମସ୍ତ ପ୍ରଶ୍ନ ଆଭେତିର ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏବଂ ସେହି ଶିକ୍ଷକ ମାନେ ସମସ୍ତ ଉତ୍ତରକୁ ମୂଲ୍ୟାଙ୍କନ ମଧ୍ୟ କରୁଛନ୍ତି ।

ATSE ପରୀକ୍ଷାର ଆଉ ଏକ ପରିବର୍ଦ୍ଧିତ ପର୍ଯ୍ୟାୟ ମଧ୍ୟ ରହିଛି । ପ୍ରଥମ ପର୍ଯ୍ୟାୟରୁ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ୧୫୦ ଜଣ ପରୀକ୍ଷାର୍ଥୀ ଏହି ଦ୍ଵିତୀୟ ପର୍ଯ୍ୟାୟରେ ପରୀକ୍ଷା ଦେବେ । ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ପିଲାମାନଙ୍କ ପାଇଁ ପୃଥକ ଭାବେ ପରୀକ୍ଷା ହେବ । ପରୀକ୍ଷାର ସର୍ବାଧିକ ସମୟ ରହିବ ୪୫ ମିନିଟ । ଏହି ଦ୍ଵିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଜଣେ ଲେଖାଏଁ ଛାତ୍ର/ଛାତ୍ରୀଙ୍କୁ ଆଭେତି ଲର୍ଣ୍ଣିଂ ତରଫରୁ ଅର୍ଥରାଶି ପୁରସ୍କାର ଦେବାକୁ ସ୍ଥିର କରାଯାଇଛି । ଏହି ଅର୍ଥରାଶି ତିନୋଟି ଶ୍ରେଣୀ ପାଇଁ ଭିନ୍ନ; ଅଷ୍ଟମ ଶ୍ରେଣୀ ପାଇଁ ୮ ହଜାର, ନବମ ଶ୍ରେଣୀ ପାଇଁ ୯ ହଜାର ଏବଂ ଦଶମ ଶ୍ରେଣୀ ପାଇଁ ୧୦ ହଜାର ଟଙ୍କା ରଖାଯାଇଛି ।

ATSE ମେଧାବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ବିଦ୍ୟାର୍ଥୀଙ୍କୁ ଏପ୍ରିଲ ୧ ତାରିଖ, ଉତ୍କଳ ଦିବସ ଦିନ ଆଭେତି ଲର୍ଣ୍ଣିଂ ତରଫରୁ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମେଡାଲ, ସାର୍ଟିଫିକେଟ ଓ ପୁରସ୍କାର ଦିଆଯାଇ ସମ୍ମାନିତ କରାଯିବ ।

ATSE ମେଧାବୃତ୍ତି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା

--

--

Aveti Learning

To foster personalized education in vernacular languages.