ଆଭେତିର ପ୍ରତିଭା ଅନ୍ୱେଷଣ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର : ଏକ ଅନନ୍ୟ ସଂସ୍କୃତିର ଯୁଗଳବନ୍ଦୀ

Aveti Learning
3 min readApr 5, 2022

--

ATSE-2022

ATSE ! Aveti Talent Search Examination-2022 ! ଆଭେତି ଲର୍ଣ୍ଣିଂର ଅନନ୍ୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ।

ପ୍ରତିଯୋଗିତାପୂର୍ଣ୍ଣ ଏହି ସମାଜରେ ସର୍ବଶ୍ରେଷ୍ଠ ପ୍ରତିଭାମାନଙ୍କୁ ଆଗଧାଡ଼ିରେ ରଖିବା ଏକ ପ୍ରାଥମିକ ଆବଶ୍ୟକତା । ଏବଂ ଏହି ସ୍ଥୁଳ ବିଶେଷତ୍ୱକୁ ତତ୍ତ୍ୱକୁ ନେଇ ଆଭେତି ଲର୍ଣ୍ଣିଂ ଯେ ବହୁମାତ୍ରାରେ ଚିନ୍ତାଶୀଳ, ଏଥିରେ ସଂଶୟ ନାହିଁ । ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍ ୧ ତାରିଖରେ ସମାପ୍ତ ହୋଇଥିବା ଆଭେତି ପ୍ରତିଭା ଅନ୍ୱେଷଣ ପରୀକ୍ଷା ବା Aveti Talent Search Examination-2022 ମାଧ୍ୟମରେ ଆଭେତି ଲର୍ଣ୍ଣିଂ ଦେଇଥିଲା ଏହାର ସର୍ବୋତ୍କୃଷ୍ଟ ଉଦାହରଣ । ATSE-2022 ଏକ ହାଇସ୍କୁଲ-ସ୍ତରୀୟ ବୃତ୍ତି ପରୀକ୍ଷା ଯାହା ଦୁଇଟି ପର୍ଯ୍ୟାୟରେ ଶ୍ରେଣୀଭୁକ୍ତ ଅଟେ । ଏହାର ପ୍ରଥମ ପର୍ଯ୍ୟାୟ(Stage-1) ପରୀକ୍ଷା ମାର୍ଚ୍ଚ ୪ ତାରିଖରେ ଆରମ୍ଭ ହୋଇଥିଲା, ଯେଉଁଥିରେ ଭାଗ ନେଇଥିଲେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରୁ ପାଖାପାଖି ୪୦୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ । ନିୟମ ଅନୁଯାୟୀ ଗୋଟିଏ ବିଦ୍ୟାଳୟର ତିନୋଟି ଶ୍ରେଣୀରୁ ତିନିଜଣ ଲେଖାଏଁ ଓ ଏହିପରି ଭାବରେ ଗୋଟିଏ ବିଦ୍ୟାଳୟରୁ ସର୍ବମୋଟ ୯ ଜଣ କୃତୀ ଛାତ୍ର/ଛାତ୍ରୀ ବଛା ହୋଇଥିଲେ । ଏହିପରି ଭାବରେ ସର୍ବମୋଟ ୧୫୩ ଜଣ କୃତୀ ଛାତ୍ରଛାତ୍ରୀ ଉନ୍ନୀତ ହୋଇଥିଲେ ATSEର ଦ୍ୱିତୀୟ ପର୍ଯ୍ୟାୟ(Stage-2) ପରୀକ୍ଷାକୁ । ଏପ୍ରିଲ ୧ ତାରିଖ, ଉତ୍କଳ ଦିବସ ଅବସରରେ ଆଭେତି ଲର୍ଣ୍ଣିଂ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ଅନନ୍ୟ କାର୍ଯ୍ୟକ୍ରମ ‘ଉତ୍କଳ ଉତ୍ସବ’ । ଏହି ଆୟୋଜନର ସର୍ବପ୍ରଥମ କାର୍ଯ୍ୟକ୍ରମ ଭାବେ ଅନୁଷ୍ଠିତ ହୋଇଥିଲା ATSEର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟର ପରୀକ୍ଷା । ତିନୋଟି ଶ୍ରେଣୀ(ବିଭାଗ)ରୁ ଜଣେ ଲେଖାଏଁ କୃତୀ ଛାତ୍ରଙ୍କୁ ବିଜେତା ଘୋଷଣା କରାଯାଇ ସେମାନଙ୍କୁ ଉତ୍ସବର ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ଉତ୍କଳ ଉତ୍ସବ-୨୦୨୨ରେ IASFର ଅଧ୍ୟକ୍ଷ ଶ୍ରୀଯୁକ୍ତ କମଲ୍ ପଣ୍ଡାଙ୍କ ଅଭିଭାଷଣ(ଡ଼ିଜିଟାଲ୍ ସ୍କ୍ରୀନ୍‌ରେ)

ATSEର 2022 ସଂସ୍କରଣରେ ୨୦ରୁ ଉର୍ଦ୍ଧ୍ୱ ବିଦ୍ୟାଳୟ ଭାଗ ନେଇଥିଲେ । ସେଥିରେ ସାମିଲ ଥିଲେ ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟ । ବେସରକାରୀ ବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲେ ଅନେକ ‘ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର’ । ଯେପରି ଆମମାନଙ୍କ ମଧ୍ୟରୁ ଅନେକ ଜାଣନ୍ତି ଯେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେବଳ ଏକ ଅନୁଷ୍ଠାନର ନାମ ନୁହେଁ ବରଂ ଭିଡ଼ରୁ ବାରି ହୋଇ ପଡ଼ୁଥିବା ଏକ ଉଦାହରଣୀୟ ଶୃଙ୍ଖଳା ଓ ସଂସ୍କୃତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ATSE-2022ରେ ସମସ୍ତ ୪୦୦୦ ପିଲାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ । ପରୀକ୍ଷାରେ ଭାଗ ନେଇଥିବା ‘ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଜୟଦେବ ବିହାର’, ‘ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଭିମଟାଙ୍ଗୀ, ଏବଂ ‘ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ୟୁନିଟ୍-୮’ର ଛାତ୍ରଛାତ୍ରୀମାନେ କେବଳ ଯେ ବିଦ୍ୟାରେ ପାରଙ୍ଗମ ତାହା ନୁହେଁ, ବରଂ ସେମାନଙ୍କର ଶାଳୀନତା, ସମୟାନୁବର୍ତ୍ତିତା ଓ ଉଚିତ୍ ଶୃଙ୍ଖଳା ସେମାନଙ୍କୁ ଅଗ୍ରଣୀ କରାଇପାରିଛି । ଯେତେବେଳେ ATSE-2022ର ଫଳାଫଳ ଘୋଷଣା ହେବାର ସମୟ ଆସିଲା ସେତେବେଳେ ଅନ୍ୟ ସମସ୍ତ ପରୀକ୍ଷାର୍ଥୀମାନଙ୍କୁ ପଛରେ ପକାଇ, ୟୁନିଟ୍-୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟାର୍ଥୀମାନେ ଚଢ଼ିଥିଲେ ମଞ୍ଚକୁ ଓ ଗ୍ରହଣ କରିଥିଲେ ପୁରସ୍କାର ଏବଂ ମାନପତ୍ର । ହୁଏତ ଏହା ଆଶ୍ଚର୍ଯ୍ୟଜନକ ଓ ବ୍ୟତିକ୍ରମ, କିନ୍ତୁ ପ୍ରତିଭା ସବୁବେଳେ ବିଚ୍ଛୁରିତ ହେବ ଅନାୟାସରେ, ବିନା ଦ୍ୱିଧାରେ । ପ୍ରତିଭା କେଉଁ ଏକ ନିର୍ଦ୍ଦିଷ୍ଟ ପୂର୍ବ-ପରିଚୟ, ନିର୍ଦ୍ଦିଶ୍ଟ ଅନୁଷ୍ଠାନର ଦାୟରେ ଆଗକୁ ବଢ଼ିବ ନାହିଁ । ସ୍ୱତସ୍ଫୂର୍ତ୍ତ ଭାବରେ ବଢ଼ିଚାଲିବ ଆଗକୁ, ନିଜ ପାରଙ୍ଗମତାର ଦାୟରେ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ୟୁନିଟ୍-୮ର ଅଷ୍ଟମ ଶ୍ରେଣୀର କୃତୀ ଛାତ୍ରୀ ସ୍ମୃତି ସ୍ମାରକୀ ହୋତାଙ୍କୁ ମାନପତ୍ର ସହ ୭ ହଜାର ଟଙ୍କା, ନବମ ଶ୍ରେଣୀର କୃତି ଛାତ୍ର ଓମ୍‌ପ୍ରକାଶ କରଙ୍କୁ ୮ ହଜାର ଟଙ୍କା ଏବଂ ଦଶମ ଶ୍ରେଣୀର କୃତୀ ଛାତ୍ର ସତ୍ୟପ୍ରକାଶ କରଙ୍କୁ ୯ ହଜାର ଟଙ୍କାର ପୁରସ୍କାର ରାଶି ଏବଂ ସଭିଙ୍କୁ ଆଭେତି ଲର୍ଣ୍ଣିଂ ଆପ୍‌ରେ ଗୋଟିଏ ବର୍ଷର କୋର୍ସ୍ ପ୍ରଦାନ କରାଯାଇଥିଲା । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପାଠପଢ଼ା ଶୈଳୀ, ମନୋଜ୍ଞ ପରିବେଶ ଓ ଶୃଙ୍ଖଳା ଅନ୍ୟ ସମସ୍ତଙ୍କ ପାଇଁ ଏକ ଉଦାହରଣ ହେଉ, ଏହାହିଁ ଆଭେତି ଲର୍ଣ୍ଣିଂର ଆଶା ଓ ସଦିଚ୍ଛା ।

ପୁରସ୍କାର ଓ ମାନପତ୍ର ସହ (ବାମରୁ) ଓମ୍‌ପ୍ରକାଶ କର, ସ୍ମୃତି ସ୍ମାରକୀ ହୋତା ଏବଂ ସତ୍ୟପ୍ରକାଶ କର

--

--

Aveti Learning

To foster personalized education in vernacular languages.