ଦୀପ୍‌ଶିଖାର ସ୍ୱପ୍ନ….

Aveti Learning
4 min readMar 18, 2022

--

ଏମିତି କିଛି କାମ ନାହିଁ ଯାହା ମୁଁ କରିପାରିବି ନାହିଁ । ଏମିତି କିଛି ଶିଖର ନାହିଁ ଯାହା ମୁଁ ଆରୋହଣ କରିପାରିବି ନାହିଁ ।” — ସେଦିନ ଏମିତି ଭାସିଆସିଲା ଦୀପଶିଖାଙ୍କର କୋମଳ ଅଥଚ ବେଶ ଦୃଢ଼ ସ୍ୱର । ତେବେ କିଏ ଏ କୋମଳମତି ଦୀପଶିଖା ? କାହିଁକି ଏ ଉପସ୍ଥିତ ଲେଖକଟିର ଏହି ଦୃଢୋକ୍ତି ପ୍ରତି ଏତେ ସମ୍ମାନ ଓ ଆଦର ?

ଆମର ଏଇ ପୃଥିବୀ ଆଢୁଆଳରେ ଝରଣାଟିଏ ଅଛି, ଯାହା ପାଣିର ଧାରଟିକୁ ହଜେଇ ଦେଇ ମୁହଁମାଡି ପଡ଼ିଛି, କେଉଁ ଏକ ଅଜଣା ଜଙ୍ଗଲ ଭିତରେ । ଏମିତି କେତେ କେତେ ଫୁଲ ଅଛନ୍ତି ଯେଉଁମାନେ ନିଜର ପରିଚୟ ଖୋଜି ଖୋଜି ଠା’ ଠା’ ହେଇ ଖସିପଡୁଛନ୍ତି ମାଟିରେ, ପାଣିରେ, ନିର୍ଜନତାର ସାରୁପତ୍ରରେ । କିଏ ଅଛି ସେମାନଙ୍କ ଏକାକୀତ୍ୱକୁ ବଢ଼େଇ ଦେବାକୁ ଆଞ୍ଜୁଳାଏ ନିଜରପଣ ? କିଏ ଅଛି ଶୂନ୍ୟ ପାତ୍ରରେ ବାଢ଼ିଦେବାକୁ ‘ଆହାଃ’ ପଦେ ? କିଏ ….? ଆମ ଆଖି ଆଗରେ ଥିବା ବିରାଟ ଚିତ୍ର ପ୍ରଦର୍ଶନୀରେ ସେସବୁ ଝରଣା ଓ ଝରାଫୁଲକୁ କଣ କେଉଁ ଚିତ୍ରଶିଳ୍ପୀ ସ୍ଥାନ ଦେଇନାହିଁ ? ଆମ ଆଖି ଆଗରେ ଏବେ ନାନା ରଙ୍ଗର ସତେଜ ଫୁଲ ଓ କଳକଳ ଝରଣାର ଝରଝର ଜଳ । ଏଇ ଆଖି ସାମ୍ନାରେ ସୁଉଚ୍ଚ ଅଟ୍ଟାଳିକା ଓ ଧୂସର ରଙ୍ଗର ଚାଳଘର; ଏଇ ଆଖିର ହିଁ ଆମେ ଦେଖିଥାଉ ଉଭୟ ସୁନ୍ଦର ଓ କଦାକାର ସ୍ୱପ୍ନ । ହେଲେ ଯାହାର ଏ ଆଖି ହଳକ ନାହିଁ ! ସେ କଣ ଦେଖୁନାହିଁ ସ୍ୱପ୍ନ ? ବୁଝୁନାହିଁ ଦୁନିଆର ହାଲଚାଲ୍ ? କହିଦେଇ ପାରୁନାହିଁ ଆଗ ଛକକୁ ରାସ୍ତା ? ଏମତି କିଛି ପ୍ରଶ୍ନରେ ବତୁରି ଯିବାକୁ ପଡ଼େ ଆମକୁ କିଛି ସମୟ । ‘ହଁ’ ଓ ‘ନା’ ଭିତରେ ସନ୍ଦିହାନ ହେଇଯାଏ ଆମ ପାରିବାପଣିଆ ଓ ସମ୍ବେଦନଶୀଳତା । କିନ୍ତୁ ଏସବୁ ପ୍ରଶ୍ନ ଆପଣ ଦୀପଶିଖାଙ୍କୁ ପଚାରି ଦେଖନ୍ତୁ ନା ! ଉତ୍ତରରେ ପାଇବେ ଜୀବନ ପ୍ରତି ଥିବା ନିରୋଳା ବିଶ୍ବାସ ଓ ପୁଳାପୁଳା ଆତ୍ମୀୟତା । ତେବେ ପୁଣି ଫେରିବା ସେଇ ପ୍ରଶ୍ନକୁ — କିଏ ଏହି ଦୀପଶିଖା ! ….

ଜଗତସିଂହପୁରର ସିଦ୍ଧଳ ଗ୍ରାମରେ ପିତା ଅରୁଣ କୁମାର ଦାଶ ଓ ମାତା ସମର୍ପିତା ନନ୍ଦଙ୍କ କୋଳ ମଣ୍ଡନ କରିଥିବା ଦୀପଶିଖା ଦାଶ ଜନ୍ମରୁ ହରେଇ ବସିଛନ୍ତି ଆଖିର ଜ୍ୟୋତି । ସଂପ୍ରତି ଜଗତସିଂହପୁରର ଦିବ୍ୟାଙ୍ଗ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ‘ଆଶ୍ରା ସ୍ୱତନ୍ତ୍ର ବିଦ୍ୟାଳୟ’ରେ ଦଶମ ଶ୍ରେଣୀରେ ଅଧ୍ୟୟନରତ ଥିବା ଦୀପଶିଖା ହେଉଛନ୍ତି ଜଣେ ଅତ୍ୟନ୍ତ ମେଧାବୀ ଓ କୃତୀ ଛାତ୍ରୀ । ଶ୍ରେଣୀରେ ପାଖାପାଖି ଅନେଶୋତ ପ୍ରତିଶତ ନମ୍ବର ରଖି ସମସ୍ତଙ୍କୁ ଚମତ୍କୃତ କରିଦେଉଥିବା ଦୀପଶିଖା ଏବେ ଆଭେତି ଲର୍ଣ୍ଣିଂର ଜଣେ ମୁଗ୍ଧ ପ୍ରଶଂସିକା । ଦେଖିପାରୁନଥିଲେ ମଧ୍ୟ, ଆଭେତିର ମୋବାଇଲ ଆପରେ ଉପଲବ୍ଧ ଥିବା ବିଷୟବସ୍ତୁକୁ ପ୍ରାଞ୍ଜଳ ଭାବରେ ବୁଝିପାରୁଥିବା ଓ ଅଭ୍ୟାସ କରିପାରୁଥିବା ଦୀପଶିଖା କୁହନ୍ତି ‘ଏ ଚଳଚଂଚଳ ଓ ପ୍ରତିଯୋଗିତାପୂର୍ଣ୍ଣ ପୃଥିବୀକୁ ଦେଖିବା ପାଇଁ ଜ୍ଞାନଚକ୍ଷୁ ହିଁ ହେଉଛି ସର୍ବଶ୍ରେଷ୍ଠ ମାଧ୍ୟମ’ । ସେ ବିଶ୍ବାସ ରଖନ୍ତି ଯେ ଅଧିକରୁ ଅଧିକ ଜ୍ଞାନ ଆହରଣ କରିପାରିଲେ, ସେ ଭାଙ୍ଗିଦେଇ ପାରିବେ ସମସ୍ତ ପ୍ରତିବନ୍ଧକର ବ୍ୟାରିକେଡ । ସମାଜର ଉନ୍ନତି ସାଧନାରେ ବ୍ରତୀ ହେବାକୁ ଚାହୁଁଥିବା ଦୀପଶିଖା ଆଗକୁ ଯାଇ ଜଣେ ଆଇ.ଏ.ଏସ୍ ଅଫିସର ହେବାକୁ ଦେଖିଛନ୍ତି ସ୍ୱପ୍ନ । ସତରେ, ଯେତେବଡ଼ ଆକାଶ ଏଇ କୁନି ଝିଅଟି ଦେଖିଛି, ସେତିକି ଉଜ୍ଜଳତା ପାଇଁ ଆମର ଆଖି କାହିଁ !

ପୃଥିବୀର ସମସ୍ତ ଶିଶୁ ମୂଲ୍ୟବାନ । ସମସ୍ତ ପ୍ରତିଭା ଆଦରଣୀୟ । — ଏହି ସ୍ବୀକାରୋକ୍ତିକୁ ପାଥେୟ କରି ଆଭେତି ଲର୍ଣ୍ଣିଂ ଚଲେଇ ରଖିଛି ତା’ର ସଫଳ ଅଭିଯାନ । ତେବେ ତୃଣମୂଳ ସ୍ତରରୁ ପିଲାମାନଙ୍କର ବୌଦ୍ଧିକ ବିକାଶ ଘଟାଇବାର ଏହି ସୁନ୍ଦର ଓ ଅଭିନବ ପ୍ରୟାସ ଯେ ଆଜି ସଫଳ ମଣ୍ଡିତ ହୋଇଛି, ତା’ର ପ୍ରମାଣ ଦିଏ ଦୀପଶିଖାଙ୍କ ଓଠରେ ଲାଖିଥିବା ସେଇ ତୃପ୍ତିଭରା ହସ ।

To foster personalized education in vernacular languages.