ATSE-22' : ପ୍ରତିଭା ଅନ୍ୱେଷଣର ସର୍ବଶ୍ରେଷ୍ଠ ଶିଖର

Aveti Learning
3 min readApr 4, 2022

--

ATSE-22' ପରୀକ୍ଷାର ଅଙ୍କକଷାରେ ବ୍ୟସ୍ତ ପରୀକ୍ଷାର୍ଥୀଗଣ

ସୁନା ଚିହ୍ନେ ବଣିଆ, ଗୁଣ ଚିହ୍ନେ ଗୁଣିଆ । ପ୍ରତିଭାମାନଙ୍କୁ ସବୁ ଅନ୍ଧକାରରୁ ବାଟ କଢ଼େଇ ନେଇ ଆଲୁଅର ମଞ୍ଚଟିଏ ପ୍ରଦାନ କରିବାରେ ଆଭେତି ଲର୍ଣ୍ଣିଂ ଯେ ସକ୍ଷମ ଓ ପାରଙ୍ଗମ, ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ । ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍ ୧ ତାରିଖରେ ସମାପ୍ତ ହୋଇଥିବା ଆଭେତି ପ୍ରତିଭା ଅନ୍ୱେଷଣ ପରୀକ୍ଷା ବା Aveti Talent Search Examination-2022 ମାଧ୍ୟମରେ ଆଭେତି ଲର୍ଣ୍ଣିଂ ଦେଇଥିଲା ଏହାର ସର୍ବୋତ୍କୃଷ୍ଟ ଉଦାହରଣ । ATSE-2022 ଏକ ହାଇସ୍କୁଲ-ସ୍ତରୀୟ ବୃତ୍ତି ପରୀକ୍ଷା ଯାହା ଦୁଇଟି ପର୍ଯ୍ୟାୟରେ ଶ୍ରେଣୀଭୁକ୍ତ ଅଟେ । ଏହାର ପ୍ରଥମ ପର୍ଯ୍ୟାୟ(Stage-1) ପରୀକ୍ଷା ମାର୍ଚ୍ଚ ୪ ତାରିଖରେ ଆରମ୍ଭ ହୋଇଥିଲା, ଯେଉଁଥିରେ ଭାଗ ନେଇଥିଲେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରୁ ପାଖାପାଖି ୪୦୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ । ନିୟମ ଅନୁଯାୟୀ ଗୋଟିଏ ବିଦ୍ୟାଳୟର ତିନୋଟି ଶ୍ରେଣୀରୁ ତିନିଜଣ ଲେଖାଏଁ ଓ ଏହିପରି ଭାବରେ ଗୋଟିଏ ବିଦ୍ୟାଳୟରୁ ସର୍ବମୋଟ ୯ ଜଣ କୃତୀ ଛାତ୍ର/ଛାତ୍ରୀ ବଛା ହୋଇଥିଲେ । ଏହିପରି ଭାବରେ ସର୍ବମୋଟ ୧୫୩ ଜଣ କୃତୀ ଛାତ୍ରଛାତ୍ରୀ ଉନ୍ନୀତ ହୋଇଥିଲେ ATSEର ଦ୍ୱିତୀୟ ପର୍ଯ୍ୟାୟ(Stage-2) ପରୀକ୍ଷାକୁ । ଏପ୍ରିଲ ୧ ତାରିଖ, ଉତ୍କଳ ଦିବସ ଅବସରରେ ଆଭେତି ଲର୍ଣ୍ଣିଂ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ‘ଉତ୍କଳ ଉତ୍ସବ’ । ଏହି ଆୟୋଜନର ସର୍ବପ୍ରଥମ କାର୍ଯ୍ୟକ୍ରମ ଭାବେ ଅନୁଷ୍ଠିତ ହୋଇଥିଲା ATSEର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟର ପରୀକ୍ଷା । ତିନୋଟି ଶ୍ରେଣୀ(ବିଭାଗ)ରୁ ଜଣେ ଲେଖାଏଁ କୃତୀ ଛାତ୍ରଙ୍କୁ ବିଜେତା ଘୋଷଣା କରାଯାଇ ସେମାନଙ୍କୁ ଉତ୍ସବର ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଅଷ୍ଟମ ଶ୍ରେଣୀର କୃତୀ ଛାତ୍ରୀ ସ୍ମୃତି ସ୍ମାରକୀ ହୋତାଙ୍କୁ ମାନପତ୍ର ସହ ୭ ହଜାର ଟଙ୍କା, ନବମ ଶ୍ରେଣୀର କୃତି ଛାତ୍ର ଓମ୍‌ପ୍ରକାଶ କରଙ୍କୁ ୮ ହଜାର ଟଙ୍କା ଏବଂ ଦଶମ ଶ୍ରେଣୀର କୃତୀ ଛାତ୍ର ସତ୍ୟପ୍ରକାଶ କରଙ୍କୁ ୯ ହଜାର ଟଙ୍କାର ପୁରସ୍କାର ରାଶି ଏବଂ ସଭିଙ୍କୁ ଆଭେତି ଲର୍ଣ୍ଣିଂ ଆପ୍‌ରେ ଗୋଟିଏ ବର୍ଷର କୋର୍ସ୍ ପ୍ରଦାନ କରାଯାଇଥିଲା ।

ପୁରସ୍କାର ଓ ମାନପତ୍ର ସହ (ବାମରୁ) ଓମ୍‌ପ୍ରକାଶ କର, ସ୍ମୃତି ସ୍ମାରକୀ ହୋତା ଏବଂ ସତ୍ୟପ୍ରକାଶ କର

ଉପରେ ଆପଣ ଯାହାସବୁ ପଢ଼ିଲେ ସେସବୁ ଆଭେତି ଲର୍ଣ୍ଣିଂର କଷ୍ଟସାଧ୍ୟ ମାତ୍ର ଔପଚାରିକ ଆୟୋଜନ । କିନ୍ତୁ ଏ ପରୀକ୍ଷା ଓ ଏ ତମାମ୍‌ ପୁରସ୍କାର ଉଦ୍ଦେଶ୍ୟରେ ଆସିଥିବା ବିରାଟ ସ୍ୱେଚ୍ଛାକୃତ ସାହାଯ୍ୟ ଓ ଅନୁଦାନ ପାଇଁ ଯେଉଁ ଅନୁଷ୍ଠାନ ଧନ୍ୟବାଦର ପାତ୍ର, ତାହା ହେଉଛି Indo-American Sevaks Foundation(IASF) । IASF ଥିଲା ATSE-2022ର ମୁଖ୍ୟ ପ୍ରାୟୋଜକ । IASFର ଅନୁଦାନ ଯୋଗୁଁ ଆଜି ୧୫୩ ଜଣ କୃତୀ ଛାତ୍ରଛାତ୍ରୀଙ୍କ ପାଖରେ ପୁରସ୍କାର ସ୍ୱରୂପ ପହଞ୍ଚିପାରିଛି Aveti Learning App । ଏହାର ଅର୍ଥ ହେଉଛି IASFର ଗରିଷ୍ଠ ଅନୁଦାନ ଓ ଆଭେତିର ATSE ବୃତ୍ତି ପ୍ରଦାନ ଯୋଗୁଁ ୧୫୩ ଜଣ ପିଲା ବିନା ମୂଲ୍ୟରେ ପାଇପାରିଲେ Aveti Learning App ଯେଉଁଥିରେ ଅଛି ପଢ଼ାବହିକୁ ଚିତ୍ର ଓ ଚମତ୍କାର ଦୃଶ୍ୟପଟରେ ବାନ୍ଧିପାରୁଥିବା ଭିଡ଼ିଓ କ୍ଲିପ, ଅଭ୍ୟାସଭିତ୍ତିକ ପ୍ରଶ୍ନୋତ୍ତରୀ ବିଭାଗ ଓ ମନେରଖିବା ନିମିତ୍ତ ସୁନ୍ଦର ପରିଚ୍ଛେଦ ସମୂହ । ଖାଲି ଏହି ୧୫୩ ଜଣ ନୁହଁନ୍ତି, ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୧୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, IASFର ଅନୁଦାନ ଯୋଗୁଁ, ଆଭେତି ଲର୍ଣ୍ଣିଂ ଆପ୍ ମାଧ୍ୟମରେ ଆନିମେଟେଡ଼୍ ଭିଡ଼ିଓ ଦେଖିବା ସହିତ ୧୪, ୮୦୦ ପ୍ରଶ୍ନର ଅଭ୍ୟାସ ଓ ସମାଧାନ କରିସାରିଲେଣି ।

ଉତ୍କଳ ଉତ୍ସବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରୁଛନ୍ତି IASFର ଅଧ୍ୟକ୍ଷ ଶ୍ରୀଯୁକ୍ତ କମଲ୍ ପଣ୍ଡା

ଏପ୍ରିଲ୍ ୧ ତାରିଖ, ଉତ୍କଳ ଦିବସ ଉପଲକ୍ଷେ ଆଭେତି ଲର୍ଣ୍ଣିଂ ତରଫରୁ ଆୟୋଜନ କରାଯାଇଥିବା ଉତ୍କଳ ଉତ୍ସବରେ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇଥିଲେ କିମ୍‌ସ ମେଡ଼ିକାଲ୍ କଲେଜ୍‌ର କ୍ୟାନ୍‌ସର୍ ବିଭାଗର ମୁଖ୍ୟ ନିର୍ଦ୍ଦେଶକ ଡ଼ ବିଧୁ କଲ୍ୟାଣ ମହାନ୍ତି ଓ ମୁଖ୍ୟ ବକ୍ତା ରୂପରେ ଆସନ ଅଳଙ୍କୃତ କରିଥିଲେ ଜାଭିୟର୍ କଲେଜ୍ ଅଫ୍ ମ୍ୟାନେଜ୍‌ମେଣ୍ଟର ବରିଷ୍ଠ ଅଧ୍ୟାପକ ପ୍ରଫେସର୍ ଡ଼ି.ଭି. ରମଣ । ଅନ୍ୟ ସମ୍ମାନୀୟ ଅତିଥିଙ୍କ ମଧ୍ୟରେ ଥିଲେ i-Brainର ସଂସ୍ଥାପକ ଶ୍ରୀଯୁକ୍ତ ପ୍ରତାପ ଦାସ, CETର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ବିଶ୍ୱଜିତ ସାମନ୍ତରାୟ, SAARNA Educational and Cultural Services LLCର ସଂସ୍ଥାପକ ଶ୍ରୀଯୁକ୍ତ ଜିତୁ ମିଶ୍ର ଏବଂ ଆଭେତି ଲର୍ଣ୍ଣିଂର ସହ-ସଂସ୍ଥାପକ ଶ୍ରୀଯୁକ୍ତ ଶିବବ୍ରତ ଚୌଧୁରୀ । ଏହି କାର୍ଯ୍ୟକ୍ରମରେ, ସୁଦୂର ଆମେରିକାରୁ ଭର୍‌ଚୁଆଲ୍ ଉପାୟରେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସମ୍ବୋଧିତ କରିଥିଲେ, IASFର ଚେୟାର୍‌ମ୍ୟାନ୍ ଶ୍ରୀଯୁକ୍ତ କମଲ୍ ପଣ୍ଡା । ଶ୍ରୀଯୁକ୍ତ କମଲ୍ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖି କହିଥିଲେ ଯେ,”ପାଠ ପଢ଼ିବା ପାଇଁ ପ୍ରଥମ ଆବଶ୍ୟକତା ଅର୍ଥ ନୁହେଁ, ଦୃଢ଼ ଇଚ୍ଛାଶକ୍ତି !” ଡ଼ିଜିଟାଲ୍ ସ୍କ୍ରୀନ୍‌ରେ ଯୋଗସୂତ୍ର ସ୍ଥାପନ କରିଥିବା ଆଭେତି ଲର୍ଣ୍ଣିଂର ସଂସ୍ଥାପକ ଶ୍ରୀଯୁକ୍ତ ବିଶ୍ୱଜିତ ନାୟକ ମୁଖ୍ୟ ଅତିଥି, IASFର ସମ୍ମାନୀୟ ଚେୟାର୍‌ମ୍ୟାନ୍ ଏବଂ ଅନ୍ୟ ମଞ୍ଚାସୀନ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରୁଛନ୍ତି ମୁଖ୍ୟ ଅତିଥି ଡ଼. ବିଧୁ କଲ୍ୟାଣ ମହାନ୍ତି

--

--

Aveti Learning

To foster personalized education in vernacular languages.